ଅମିତ ଶାହ କହିଲେ ଗୁଜୁରାଟରେ ବିଜେପିକୁ ମିଳିବ କେତେ ଆସନ, ଜାଣନ୍ତୁ ଗେରୁଆ ଦଳର କ'ଣ ରହିଛି ପ୍ଲାନ୍
Advertisement
trendingNow11352860

ଅମିତ ଶାହ କହିଲେ ଗୁଜୁରାଟରେ ବିଜେପିକୁ ମିଳିବ କେତେ ଆସନ, ଜାଣନ୍ତୁ ଗେରୁଆ ଦଳର କ'ଣ ରହିଛି ପ୍ଲାନ୍

Gujarat Assembly Election 2022: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ, ଯେଉଁମାନେ ସ୍ୱପ୍ନ ବିକ୍ରି କରନ୍ତି ସେମାନେ ଗୁଜୁରାଟରେ କଦାପି ଜିତିବେ ନାହିଁ । ଆପଣଙ୍କୁ ଜଣାଇ ରଖୁଛୁ ଯେ,  ସିଏମ୍ କେଜ୍ରିୱାଲ ଗୁଜୁରାଟର ମାଗଣା ବିଜୁଳି, ମାଗଣା ଶିକ୍ଷା ଏବଂ କୃଷକଙ୍କ ଋଣ ଛାଡ ଭଳି ଅନେକପ୍ରତିଶୃତି ଦେଉଛନ୍ତି । 

ଅମିତ ଶାହ କହିଲେ ଗୁଜୁରାଟରେ ବିଜେପିକୁ ମିଳିବ କେତେ ଆସନ, ଜାଣନ୍ତୁ ଗେରୁଆ ଦଳର କ'ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: Gujarat Assembly Election 2022: ଚଳିତ ବର୍ଷର ଶେଷ ଆଡ଼କୁ ଗୁଜୁରାଟରେ ବିଧାନସଭା ନିର୍ବାଚନ (Gujarat Assembly Election 2022) ଅନୁଷ୍ଠିତ ହେବାର ଅଛି । ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି । ଏହାସହ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଥିବାର ଦେଖାଯାଉଛି । ବିଗତ ଦିନରେ ଭାରତୀୟ ଜନତା ପାର୍ଟି (BJP) ର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଗୁଜୁରାଟ ଗସ୍ତକୁ ଯାଇଥିଲେ । ଏହି ସମୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ତଥା ଆମ୍ ଆଦମୀ ପାର୍ଟି (AAP) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ ଉପରେ ବର୍ଷିଛନ୍ତି । ଏଥିସହ ବିଜେପି ଏଥର ରାଜ୍ୟରେ କେତେ ଆସନ ପାଇବାକୁ ଯାଉଛି ତାହା ମଧ୍ୟ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ, ଯେଉଁମାନେ ସ୍ୱପ୍ନ ବିକ୍ରି କରନ୍ତି ସେମାନେ ଗୁଜୁରାଟରେ କଦାପି ଜିତିବେ ନାହିଁ । ଆପଣଙ୍କୁ ଜଣାଇ ରଖୁଛୁ ଯେ,  ସିଏମ୍ କେଜ୍ରିୱାଲ ଗୁଜୁରାଟର ମାଗଣା ବିଜୁଳି, ମାଗଣା ଶିକ୍ଷା ଏବଂ କୃଷକଙ୍କ ଋଣ ଛାଡ ଭଳି ଅନେକପ୍ରତିଶୃତି ଦେଉଛନ୍ତି । ଅମିତ ଶାହ କହିଛନ୍ତି ଯେ, କ୍ଷମତାରେ ଥିବା ବିଜେପି ଏଥର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଗୁଜୁରାଟରେ ପୁଣି ଥରେ ସରକାର ଗଠନ କରିବ । ସ୍ୱପ୍ନର ବିକ୍ରେତା ଅର୍ଥାତ AAP ଗୁଜୁରାଟରେ କଦାପି ନିର୍ବାଚନରେ ​​ସଫଳତା ପାଇବ ନାହିଁ । ସେ ଗୁଜରାଟର ଲୋକଙ୍କୁ ଜାଣିଛନ୍ତି । ଏଠାରେ ଥିବା ଲୋକମାନେ କେବଳ ଯେଉଁମାନେ କାମ କରିବାରେ ବିଶ୍ୱାସ କରନ୍ତି ସେମାନଙ୍କୁ ସମର୍ଥନ କରନ୍ତି । ଏଥର ମଧ୍ୟ ବିଜେପି ଏକ ଜବରଦସ୍ତ ବିଜୟ ଆଡକୁ ଗତି କରୁଛି ।

କେନ୍ଦ୍ର ଗୃହମନ୍ତ୍ରୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲଙ୍କୁ ପ୍ରଶଂସା କରିବା ସହ ଆଗକୁ କହିଛନ୍ତି ଯେ ଏଥର ମଧ୍ୟ ଗୁଜୁରାଟର ଲୋକମାନେ ତାଙ୍କ ସହ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଜେପି ପୁଣି ଥରେ ସରକାର ଗଠନ କରିବ । 

ଏଠାରେ କହି ରଖୁଛୁ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଗାତାର ଗୁଜରାଟ ଗସ୍ତ କରୁଛନ୍ତି । ମଙ୍ଗଳବାର ଅହମ୍ମଦାବାଦରେ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଗୁଜୁରାଟରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସେ ତେବେ ସେ ରାଜ୍ୟବାସୀଙ୍କୁ 'ଦୁର୍ନୀତିମୁକ୍ତ' ସରକାର ଦେବ ।

ସେପଟେ ବିଜେପି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟକୁ ଆକର୍ଷିତ କରିବା ପାଇଁ ପ୍ରୟାସ କରୁଛି । ଗୁଜରାଟରେ ଆଦିବାସୀ ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ବିଧାନସଭାରେ ସେମାନଙ୍କ ପାଇଁ ୨୭ଟି ଆସନ ସଂରକ୍ଷିତ ଅଛି । ୨୦୧୭ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏଥିରୁ ୧୫ଟି ଜିତିଥିବାବେଳେ ଏହାର ସହଯୋଗୀ ଭାରତୀୟ ଟ୍ରାଇବଲ ଦଳ ୨ଟି ଆସନ ଜିତିଥିଲା । ଅନ୍ୟପଟେ ବିଜେପି ୯ଟି ଆସନ ପାଇଥିଲା ।

ଅଧିକ ପଢ଼ନ୍ତୁ:-ଭାରତ ଯୋଡ଼ ଯାତ୍ରାରୁ ରାହୁଲ ଗାନ୍ଧୀଙ୍କୁ ଲାଭ ହେବ କି କ୍ଷତି, କ'ଣ ବିଜେପିକୁ ଦେଇପାରିବେ ମାତ୍? ଜାଣନ୍ତୁ କ'ଣ କହୁଛି କଂଗ୍ରେସ ନେତାଙ୍କ ଜାତକ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ମିଳିବ ୧୮ ମାସର ବକେୟା ରାଶି!

ଅଧିକ ପଢ଼ନ୍ତୁ:-ଭାରତକୁ ଅଣଦେଖା କରି କାହିଁକି ପାକିସ୍ତାନକୁ ଏତେ ବଡ଼ ସାହାଯ୍ୟ କରୁଛି ଆମେରିକା? କାରଣ କହିଲା ବାଇଡେନ ପ୍ରଶାସନ

 

ଏଭଳି ପରିସ୍ଥିତିରେ ଏଥର ବିଜେପି ମଧ୍ୟ ଆଦିବାସୀ ବେଲ୍ଟରେ ନିଜର ସ୍ଥିତିକୁ ମଜଭୁତ  କରିବାକୁ ଚାହୁଁଛି ଯାହା ଦ୍ୱାରା କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ବେକଫୁଟକୁ ଠେଲି ହେବ । କଂଗ୍ରେସ ବିଧାୟକଙ୍କ ଦଳ ପରିବର୍ତ୍ତନ ପରେ ବର୍ତ୍ତମାନ ଉଭୟ ବିଜେପି ଓ କଂଗ୍ରେସରେ ଆଦିବାସୀ ଅଞ୍ଚଳରେ ୧୨-୧୨ ଜଣ ବିଧାୟକ ଅଛନ୍ତି । 

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ୨୦୧୭ ନିର୍ବାଚନରେ ​​ସିଆର ପାଟିଲ ସୁରଟର ସମସ୍ତ ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ୧୨ଟି ଆସନ ଜିତିବାର ଲକ୍ଷ୍ୟ ରଖିଥିଲେ । ଏପରି ଏଥର ରଣନୀତି ଜଙ୍ଗଲ କ୍ଷେତ୍ର ପାଇଁ ମଧ୍ୟ ପ୍ରସ୍ତୁତ କରାଯାଉଛି । ସେତେବେଳେ CR ପାଟିଲ ସୁରଟର ଦାୟିତ୍ୱରେ ଥିଲେ, କିନ୍ତୁ ଏଥର ସେ ପ୍ରଦେଶ ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଉଛନ୍ତି ।

୨୦୧୭ରେ ପାଟିଲଙ୍କ ରଣନୀତି କେତେ ସଫଳ ହୋଇଥିଲା, ଏଥିରୁ ଅନୁମାନ କରିପାରିବେ ଯେ ୧୨ଟି ସହରାଞ୍ଚଳ ଆସନରେ ବିଜେପି ଜିତିଥିଲା । ଏହା ବ୍ୟତୀତ ଦଳ ଜିଲ୍ଲାର ମୋଟ ୧୫ଟି ଆସନ ମଧ୍ୟରୁ ୧୪ଟି ଆସନ ଜିତିବାରେ ସଫଳ ହୋଇଥିଲା । ଏହି ସ୍ଥିତି ସେତେବେଳେ ଥିଲା, ଯେତେବେଳେ ଦେଢ଼ ବର୍ଷ ପୂର୍ବେ ପଟିଦାର ଆନ୍ଦୋଳନ ହୋଇଥିଲା । ବର୍ତ୍ତମାନ ବିଜେପି ଆଦିବାସୀ ବେଲ୍ଟରେ ମଧ୍ୟ ସମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ଓ ଦଳ ୨୦୧୭ର ଦୋହରାଇବାର ଆଶା କରୁଛି ।

Trending news